ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନ: ଆନ୍ଦୋଳନରେ ସାମିଲ ୨୦କୋଟି ଶ୍ରମିକ, ଓଡିଶାର ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ

ଭୁବନେଶ୍ବର(କେନ୍ୟୁଜ): ଆଜି ଭାରତ ବନ୍ଦର ଦ୍ୱିତୀୟ ଦିନ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨୦କୋଟି ଶ୍ରମିକ। କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ବନ୍ଦ ପାଳନ କରୁଛି ଟ୍ରେଡ୍‌ ୟୁନିୟନ୍‌। କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ରେଳ ଧାରଣା ଉପରେ ବସି ରହିବାରୁ ରେଳ ସେବା ବ୍ୟାହତ ହୋଇଛି।

ସେହିପରି ବସ୍‌ ଚଳାଚଳ ମଧ୍ୟ ଠପ୍‌ ହୋଇଯାଇଛି। ଫଳରେ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯାଇନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜାତୀୟ ରାଜପଥରେ ଶହ ଶହ ଟ୍ରକ ଅଟକି ରହିଛି। ରାଷ୍ଟ୍ରାୟାତ ବ୍ୟାଙ୍କ ଗୁଡ଼ିକୁ ଘରୋଇକରଣ କରିବାର ଯୋଜନା ଏବଂ ବ୍ୟାଙ୍କ ଲ ଆମେଣ୍ଡମେଣ୍ଟ ବିଲ – ୨୦୨୧ କୁ ବିରୋଧ କରି ବ୍ୟାଙ୍କ ସଂଘ ଏହି ବନ୍ଦରେ ସାମିଲ ହୋଇଛି। ବନ୍ଦ ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍‌ ଦିଆଯାଇଛି ।

You might also like