ଆଜି କୋଣାର୍କ ମହୋତ୍ସବର ଦ୍ୱିତୀୟ ଦିନ, ମନମୋହୁଛି ଓଡ଼ିଶୀ ଓ ଭାରତନାଟ୍ୟମ, କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କରିଥିଲେ ଉଦ୍‌ଘାଟନ

ଗୋପ: ଜମୁଛି କୋଣାର୍କ ମହୋତ୍ସବ। ଆଜି କୋଣାର୍କ ମହୋତ୍ସବର ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ସନ୍ଧ୍ୟାରେ ମନ୍ତ୍ରୀ ସମୀର ଦାସ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ ।

କୋଭିଡ କଟକଣା ମଧ୍ୟରେ ଏକ ତୃତୀୟାଂଶ ଦର୍ଶକଙ୍କ ଉପସ୍ଥିତିରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର କଳାକାରଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଏହାପରେ ଚେନ୍ନାଇର ଶ୍ରୀଦେବୀ ନୃତ୍ୟାଳୟର କଳାକାରଙ୍କ ଦ୍ୱାରା ପରିବେଷଣ ହୋଇଥିଲା ଭାରତନାଟ୍ୟମ ନୃତ୍ୟ ।

KONARKA-2

ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ କୋଣାର୍କ ଉତ୍ସଵ ୨୦୨୦କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ ମୋଡରେ ଉଦ୍‌ଘାଟନ କରିଛନ୍ତି । ଏହା ସହିତ ସେ ଉତ୍ସଵର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସଵକୁ ପ୍ରତ୍ୟକ୍ଷ ଭାବେ ଉଦ୍‌ଘାଟନ କରିଥିଲେ।

କୋଭିଡ଼ି କଟକଣା ପାଇଁ ଏକ ତୃତୀୟାଂଶ ଦର୍ଶକଙ୍କ ଉପସ୍ଥିତିରେ ଉତ୍ସବର ଆୟୋଜନ କରାଯାଇଛି । ପ୍ରଥମେ ଓଡିଶା ଡ୍ୟାନ୍ସ ଏକାଡେମୀର କଳାକାର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ନଟରାଜ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ଶିବ ଧୀମାହିକୁ ନିଖୁଣ ଭାବେ ପରିବେଷଣ କରିଥିଲେ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ଵାରା ପ୍ରଶିକ୍ଷିତ ନୃତ୍ୟଶିଳ୍ପୀମାନେ।

କାର୍ଯ୍ୟକ୍ରମର ଦ୍ଵିତୀୟ ଭାଗରେ ଚେନ୍ନଇ ଶ୍ରୀଦେବୀ ନୃତ୍ୟାଳୟର କଳାକାର ପ୍ରସ୍ତୁତ କରିଥିଲେ ଭାରତନାଟ୍ୟମ। ନୃତ୍ୟଭିନୟ ଓ ନମ ଶିବାୟକୁ ଭାରତନାଟ୍ୟମ ନୃତ୍ୟ ଶୈଳୀରେ ନିଖୁଣ ଭାବେ ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.