ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର: ଖାଁ ଖାଁ ପୀଠ, କଟକଣା ଯୋଗୁ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ

ଆଠଗଡ(କେନ୍ଯୁଜ୍): ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ହେଲେ ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଦ୍ୱିତୀୟ ସୋମବାର ପାଇଁ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ ।

ଏହି ସମୟରେ କେବଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂଜକ ସମିତି ପକ୍ଷରୁ ଭୋର୍‌ ୪ଟାରୁ ସୁବାସିତ ୧୦୮ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ସକାଳ ଧୂପ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି । ଭୋର ୪ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଏନେଇ ଅଧିକ ସୂଚନା ଦେଉଛନ୍ତି ଆଠଗଡ଼ ରିପୋର୍ଟର ବିଶ୍ୱଜିତ ରାଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.