ଆଜି ଦେବ ଦମ୍ପତିଙ୍କ ପଡ଼ିବ ହାତଗଣ୍ଠି, ବିଳମ୍ବିତ ରାତିରେ ବାହାରିବ ବାରାତ

ସରିଲା ଦେବ ନିମନ୍ତ୍ରଣ । ଆଜି ଦେବ ଦମ୍ପତିଙ୍କ ସଂପୂର୍ଣ୍ଣ ଲୋକାଚାରରେ ହେବ ବିବାହ । ଏଥିପାଇଁ ଉତ୍ସବମୁଖର ସମ୍ବଲପୁର ।

ସମ୍ବଲପୁର(କେନ୍ୟୁଜ୍‌) :  ସରିଲା ଦେବ ନିମନ୍ତ୍ରଣ । ଆଜି ଦେବ ଦମ୍ପତିଙ୍କ ସଂପୂର୍ଣ୍ଣ ଲୋକାଚାରରେ ହେବ ବିବାହ । ଏଥିପାଇଁ ଉତ୍ସବମୁଖର ସମ୍ବଲପୁର । ସହରର ବିଭିନ୍ନ ମନ୍ଦିରରେ ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହେବ । ମହାଦେବଙ୍କ ବିବାହ ପାଇଁ ଝାଡୁଆପଡ଼ା, ମୁଦିପଡ଼ା, ବଡ଼ବଜ଼ାର ସମେତ ଅନ୍ୟ ଶିବାଳୟ ଉତ୍ସବ ମୁଖର ।

ଶୀତଳ ଷଷ୍ଠୀରେ ବିବାହ ପାଇଁ ବର ହେବେ ଦେବ ଦେବ ମହାଦେବ ଆଉ ନବ ବଧୂ ବେଶରେ ସଜେଇ ହେବେ ମାଆ ପାର୍ବତୀ । ଆଜି ବିଳମ୍ବିତ ରାତ୍ରିରେ ନର କିନ୍ନର, ଦେବ ଦାନବଙ୍କୁ ସାଙ୍ଗରେ ଧରି ବାହାରିବ ବାରାତ୍‌ । ଗଡିବ ଗୋଟିଏ ପରେ ଗୋଟିଏ ସୁସଜ୍ଜିତ ରଥ । ପ୍ରତି ରଥରେ ଜମିବ ନୃତ୍ୟଗୀତର ଆସର । ଆଜି ସମସ୍ତ ଶିବାଳୟ ପରିସରରେ ରୁଦ୍ରାଭିଷେକ କରାଯିବ ।

siba

ଦେବୀ ପାର୍ବତୀଙ୍କ ଗଁଠାଳୀ ଫିଟା କାର୍ଯ୍ୟକ୍ରମ ରହିଛି l ସେପଟେ ଶିବାଳୟରେ ମହିଳାମାନେ ହଳଦୀ ଖେଳିବେ l କନ୍ୟାଘରେ ବର ପହଞ୍ଚିବା ପରେ ଆରମ୍ଭ ହେବ ଶିବ ବିବାହର ସମସ୍ତ ପ୍ରକ୍ରିୟା । ରାତ୍ରର ଚତୁର୍ଥ ପ୍ରହରରେ ପଡିବ ହାତଗଣ୍ଠି । ବିବାହ ପରେ ଦେବଦଂପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.