ରାଜ୍ୟ

ଅଟକିବନି ଅଖ ଚକ: କଂଗ୍ରେସ ପକ୍ଷରୁ ଚାଲିଛି ଶାନ୍ତିପୂର୍ଣ୍ଣ ହରତାଳ, ଜୋର ଜବରଦସ୍ତି ଦୋକାନ ବନ୍ଦ କରିପାରିବେ ନାହିଁ ଆନ୍ଦୋଳନକାରୀ

ଭୁବନେଶ୍ବର(କେନ୍ଯୁଜ୍): ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ୬ ଘଣ୍ଟିଆ ହରତାଳ। ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ ପାଳନ କରାଯାଉଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ୬ ଘଣ୍ଟିଆ ହରତାଳ କରାଯିବ। ଅତ୍ୟାବଶ୍ୟକ ସେବା ଜାରି ରହିବ। ଅଟକିବନି ଅଖ ଚକ ।

ଜୋର ଜବରଦସ୍ତି ଦୋକାନ ବନ୍ଦ କରିପାରିବେ ନାହିଁ ଆନ୍ଦୋଳନକାରୀ । ଗାଡ଼ିମୋଟର ଓ ଟ୍ରେନ୍‌ ଚଳାଚଳକୁ ରୋକା ଯାଇପାରିବ ନାହିଁ । କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ନେଇ ଦାୟର ମାମଲାର ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟ୍ଵିନ୍‌ସିଟିରେ ୩୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅନ୍ଯପଟେ କଂଗ୍ରେସର ଶାନ୍ତିପୂର୍ଣ୍ଣ ପ୍ରତିବାଦବେଳେ କଟକରେ  ପଥଚାରୀଙ୍କୁ ଚକୋଲେଟ ବଣ୍ଟନ କରାଯାଇଛି । କଟକ ଲିଙ୍କ୍‌ ରୋଡ ମଧୁପାଟଣା ଛକରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପିକେଟିଂ କରାଯାଉଛି। ଟକୋଲେଟ ଦେଇ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି କଂଗ୍ରେସ କର୍ମୀ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ପାଳନ କରାଯାଉଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ସହରରେ ଜୀବନ ଯାତ୍ରା ସ୍ୱଭାବିକ ରହିଛି। କମିଶନରେଟ୍‌ ପୋଲିସ ପକ୍ଷରୁ ମୁଖ୍ୟ ଛକ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Sonalisa

Recent Posts

ସଂସଦ ଇତିହାସରେ ପ୍ରଥମ, ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ

ନୂଆଦିଲ୍ଲୀ: ସଂସଦ ଇତିହାସରେ ପ୍ରଥମ । ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ। ସ୍ପିକର ପଦ ପାଇଁ…

26 seconds ago

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

22 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

23 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

27 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

29 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

34 mins ago