ଆଜି ସୂର୍ଯ୍ୟୋପରାଗ: ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ, ଓଡ଼ିଶାରେ କେବଳ ୨୦ ମିନିଟ୍‌ ପାଇଁ ହେବ ଦୃଶ୍ୟମାନ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ସୂର୍ଯ୍ୟୋପରାଗ। ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ । ଓଡ଼ିଶାରେ କେବଳ ୨୦ ମିନିଟ୍‌ ପାଇଁ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ । ଏହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ ଦେଇଛନ୍ତି । ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକଣ୍ଡରେ ପରାଗ ସ୍ପର୍ଶ ହେବ । ସଂଧ୍ୟା ୬ଟା ୨୬ ମିନିଟ୍‌ ୫୨ସେକେଣ୍ଡରେ ସର୍ବମୋକ୍ଷ ହେବ । ଏଥିପାଇଁ ଭୋର୍‌ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି ।

ସେହିପରି ଏଥର କାର୍ତ୍ତିକ ପୂର୍ଣ୍ଣମୀ ଅର୍ଥାତ୍‌ ନଭେମ୍ବର ୮ ତାରିଖ ଦିନ ଚନ୍ଦ୍ରଗ୍ରହଣ ପଡୁଛି । ସେଦିନ ଭୋର୍‌ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିଦିନ ସଂଧ୍ୟା ୬ଟା ୧୯ ମିନିଟ୍‌ ପର୍ଯ୍ୟନ୍ତ ଦେବ ନୀତି ଓ ପାକ ତ୍ୟାଗ କରିବାକୁ ନିଷେଧ କରାଯାଇଛି ।

Leave A Reply

Your email address will not be published.