ଆଜିଠାରୁୁ ସିବିଏସଇ ଦ୍ୱାଦଶ ଶ୍ରେଣୀର ମେନ୍‌ ଏଗ୍‌ଜାମ୍‌ , ଦେଶରେ ପ୍ରାୟ ୧୩ ଲକ୍ଷ ପରୀକ୍ଷାର୍ଥୀ

କେନ୍ୟୁଜ୍ : ଆଜିଠାରୁୁ ଆରମ୍ଭ ହେବାକୁ ଯାଉଛି ସିବିଏସଇ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ବିଷୟ ପରୀକ୍ଷା । ଗତ ୧୫ ତାରିଖରୁ ଆରମ୍ଭ ହୋଇ ସାରିଛି ଭୋକେସନାଲ ପରୀକ୍ଷା । ଗତବର୍ଷ ଭଳି ପେପର ଲିକ ଏଡାଇବା ପାଇଁ ଚଳିତବର୍ଷ ସିବିଏସଇ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛିା ପରୀକ୍ଷା ପରିଚାଳନା ପାଇଁ ସିବିଏସଇ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ। ସକାଳ୧୦.୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧.୩୦ ଯାଏଁ ଚାଲିବ । ସକାଳ ୧୦ଟା ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ହଲରେ ପ୍ରବେଶ କରିବାକୁ ପଡିବ । ୧୦ଟା ପରେ କୌଣସି ପରୀକ୍ଷାର୍ଥି ପରୀକ୍ଷା ହଲରେ ପ୍ରବେଶ କରିପାରିବେ ନାହିାଁ ଏହା ସହିତ ଛାତ୍ରଛାତ୍ରୀମାନେ ନିଜ ନିଜର ଆଡମିଟ କାର୍ଡ ସାଙ୍ଗରେ ଆଣିବେ। ଆଡମିଟ କାର୍ଡରେ ଅଭିଭାବକଙ୍କ ଦସ୍ତଖତ ରହିବାକୁ ବାଧ୍ୟ । ପେନ ଛଡା ପରିକ୍ଷାର୍ଥୀ ନିଜ ସାଙ୍ଗରେ ଅନ୍ୟ କୌଣସି ଜିନିଷ ନେଇପାରିବେ ନାହିାଁ

cbse EXAM 1ଚଳିତବର୍ଷ ଦେଶରେ ୧୨ ଲକ୍ଷ ୮୭ ହଜାର ୩୫୯ ଜଣ ପରୀକ୍ଷାର୍ଥି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ପରୀକ୍ଷା ପାଇଁ ଦେଶରେ ୪୯୭୪ ଟି ପରୀକ୍ଷା ସେଣ୍ଟର ଏବଂ ଦେଶ ବାହାରେ ୭୮ଟି ସେଣ୍ଟର କରାଯାଇଛି । ଆଜି ଇଂରାଜୀ ପରୀକ୍ଷା ରହିଛି । ଭୁବନେଶ୍ୱର ରିଜିଅନରେ ୭୦ ହଜାର ୧୩୪ ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପାଇଁ ୩୦୬ଟି ସେଣ୍ଟର କରାଯାଇଛି । ପରୀକ୍ଷା ସେଣ୍ଟରଗୁଡିକରେ ଉପରେ ସିସିଟିଭି ନଜର ରଖିବ। ଗତବର୍ଷର ପେପରଲିକ ଘଟଣାକୁ ନଜରରେ ରଖି ସ୍କୁଲଗୁଡିକ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।