ଆଜି ଠାରୁ ପଞ୍ଚକ ବ୍ରତ, ଶ୍ରୀମନ୍ଦିରରେ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ:ଆଜି ଠାରୁ ପଞ୍ଚକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ସବୁଠୁ ପବିତ୍ର । ଏଥିପାଇଁ ୫ ଦିନ ବ୍ରତଧାରୀ ଏବଂ ଅନ୍ୟମାନେ ନିଷ୍ଠାର ସହ ପଞ୍ଚୁକ ବ୍ରତ ପାଳନ କରିବେ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ସହ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏକାଦଶୀ ତିଥିରେ ଠିଆକିଆ ବେଶ, ଦ୍ୱାଦଶରେ ବାଙ୍କଚୁଡ଼ା, ତ୍ରୟଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ରାଜ ରାଜେଶ୍ୱର ବେଶରେ ମହାପ୍ରଭୁ ଦର୍ଶନ ଦେବେ । ପଞ୍ଚୁକ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ବଡ ଏକାଦଶୀ ହୋଇଥିବାରୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ, ଭିଡ଼ ହେବ । ପୁରୀରେ ହଜାର ହଜାର ହବିଷ୍ୟାଳି ପ୍ରାୟ ଏକ ମାସ ଧରି ଏକତ୍ରିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.