ଭୁବନେଶ୍ବର(କେନ୍ଯୁଜ୍) : ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ କଲେଜ କ୍ୟାମ୍ପସ । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି । ଏହାପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଏହାପରେ ଜୋରଦାର ହେବ କ୍ୟାମ୍ପେନ୍ ଅଭିଯାନ । କ୍ଲାସ୍ ଟୁ କ୍ଲାସ୍, ଡୋର୍ ଟୁ ଡୋର୍ କ୍ୟାମ୍ପେନ କରିବେ ଆଶାୟୀ ପ୍ରାର୍ଥୀ । ଅକ୍ଟୋବର ୧୦ ତାରିଖରେ ହ୍ଵାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଅନୁଷ୍ଠିତ ହେବ ।
୧୧ ତାରିଖରେ ଭୋଟିଂ । ସେହିଦିନ ଗଣତି ପରେ ଅପରାହ୍ନ ୫ରେ ଫଳାଫଳ ପ୍ରକାଶ ପାଇବ । ୧୨ ତାରିଖରେ ନବ ନିର୍ବାଚିତ ଛାତ୍ର ନେତାମାନେ ଶପଥ ଗ୍ରହଣ କରିବେ । ଗତକାଲି ଥିଲା ନାମାଙ୍କନ ଦାଖଲର ଦିନ । ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏଥିପାଇଁ ବାଜା, ବାଣ ଓ ଆତସବାଜିରେ କମ୍ପିଥିଲା ବିଭିନ୍ନ କଲେଜ କ୍ୟାମ୍ପସ । ନାଚ ଗୀତ ବି ଜମିଥିଲା ।