ରାଜ୍ୟ

କରିତକର୍ମାଙ୍କ କୋଟି କୋଟି ଟଙ୍କା, ଭିଜିଲାନ୍ସ କୋର୍ଟରେ ହାଜର ହେବେ କୁବେର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ନବରଙ୍ଗପୁର (କେନ୍ୟୁଜ): ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେବେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆଜି ସନ୍ଧ୍ୟାରେ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ହାଜର କରିବ ଭିଜିଲାନ୍ସ । ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ୩ ଦିନ ଧରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏବେ ସୁଦ୍ଧା ୩ କୋଟିରୁ ଅଧିକ ନଗଦ ଟଙ୍କା ଓ ସୁନା ବିସ୍କୁଟ୍‌ ଠାବ କରିଛି ଭିଜିଲାନ୍ସ । ତାଙ୍କର ଏକ ବେନାମୀ ଆକାଉଣ୍ଟ ମଧ୍ୟ ଜବତ କରାଯାଇଛି । ଏହି ଆକାଉଣ୍ଟରେ ୨୦୧୯ରୁ ୨୧ ଲକ୍ଷ ଟଙ୍କା ରହିଛି ।

ଦୁଇଟି କାର ଠାବ କରାଯାଇଥିବା ବେଳେ ଜବତ ହୋଇଥିବା ଇନୋଭା କାର ବେନାମୀ ବୋଲି ଜଣାପଡ଼ିଛି । ଯାହାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ବହି ର୍ୟାକ ପଛପଟେ କାନ୍ଥରେ ଲୁଚାଇ ରଖଥିବା ୧୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଚୋରି ଟଙ୍କାକୁ ଲୁଚାଇବାକୁ ଯାଇ ପେଟି ଭିତରେ ଥିବା ୨ କୋଟି ନଗଦ ଟଙ୍କାକୁ ପଡୋଶୀ ଘରର ଛାତ ଉପରକୁ ଫୋପାଡି ଦେଇଥିଲେ । ପଡ଼ୋଶୀଙ୍କ ବେଡ୍ ରୁମରୁ ଟଙ୍କା ଭର୍ତ୍ତି ୬ଟି ପେଟି ଏବଂ ଗୋଟିଏ ବ୍ରିଫକେସ୍ ଜବତ କରିଥିଲା ଭିଜିଲାନ୍ସ ।

ସେହିପରି ନବରଙ୍ଗପୁର ଡିଆରଡିଏ କଲୋନୀରେ ଥିବା ସରକାରୀ ବାସଭବନରୁ ଜବତ ହୋଇଥିଲା ନଗଦ ୭୭ ଲକ୍ଷ ଟଙ୍କା। ତାଲା ଭାଙ୍ଗି ଭିଜିଲାନ୍‌ସ ଅଧିକାରୀ ଘରେ ପଶିବା ପରେ ପେଟିରୁ ୫ ଶହ ଟଙ୍କିଆ ନୋଟ୍‌ ବିଡ଼ା ମିଳିଛି। ପରେ ଘର ଆଲ୍‌ମିରାରୁ ଜବତ ହୋଇଛି ଆଉ ସାଢେ ୧୨ଲକ୍ଷ ଟଙ୍କା। ଭଦ୍ରକ ବହୁଦରଡ଼ାରେ ଥିବା ପୈତୃକ ଘରେ ବି ଚାଲିଛି ଚଢଉ।

୧୯୯୬ ମସିହାର OAS ଅଧିକାରୀ ପ୍ରସନ୍ନ କୁମାର ରାଉତ । ଯାଜପୁର, କେନ୍ଦ୍ରାପଡ଼ାର ତହସିଲଦାର ଭାବରେ କାର୍ଯ୍ୟ କରିଥିଲେ । ବାଲେଶ୍ୱର, ବରଗଡ, ଯାଜ୍‌ପୁର, କଟକ ଓ କେନ୍ଦ୍ରାପଡାର ବିଡିଓ ଥିଲେ । ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ବ୍ଲକ୍‌ ବିଡ଼ିଓ ଥିବା ବଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ । ଏହାପରେ ଚାକିରିରୁ ନିଲମ୍ବିତ ହୋଇଥିଲେ । ପୁଣି ଥରେ ତାଙ୍କୁ ୨୦୨୦ରେ ଅତିରିକ୍ତ ଉପ ଜିଲ୍ଲପାଳ ଭାବେ ନବରଙ୍ଗପୁରରେ ଅବସ୍ଥାପିତ କରାଯାଇଥିଲା ।

Barsha

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

58 seconds ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

10 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

25 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

34 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

43 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

59 mins ago