ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା, ରକ୍ତ ରଞ୍ଜିତ ହେବ ଶୁଲିଆ ମାଟି
ପୁଣି ଥରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଆଜି ଵଲାଙ୍ଗିରରେ ଆଦିବସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ଵଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁଡାର ବଡ଼ଖଲା, କୁମୁରିଆର ସାନଖଳା ଓ ନୁଆଁଖଳାରେ ପରମ୍ପରା ରୀତିନୀତିରେ ଆଦିବାସୀ ମାନେ ଶୁଲିଆ ଯାତ୍ରା ପାଳନ କରିବେ ।
ଵଲାଙ୍ଗିର (କେନ୍ୟୁଜ୍) : ପୁଣି ଥରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ଆଜି ଵଲାଙ୍ଗିରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ଵଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁଡାର ବଡ଼ଖଲା, କୁମୁରିଆର ସାନଖଳା ଓ ନୂଆଁଖଳାରେ ପରମ୍ପରା ରୀତିନୀତିରେ ଆଦିବାସୀ ମାନେ ଶୁଲିଆ ଯାତ୍ରା ପାଳନ କରିବେ ।
ପରମ୍ପରା ନାଁ ରେ ପୁଣି ଥରେ ବଳି ପ୍ରଥା ଜାରି ରଖିବେ ଆଦିବାସୀ । ପୁଣି ଥରେ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ। କିଛି ବର୍ଷ ଧରି ବଳି ବନ୍ଦ କରିବାକୁ ଵଲାଙ୍ଗିର ପୋଲିସ ପଦକ୍ଷେପ ନେଇଥିଲେ ବି ସଫଳ ମିଳି ନଥିଲା। ଏବେ ଆଉ ଆଦିବାସୀ ଙ୍କ ପରମ୍ପରାରେ ହସ୍ତକ୍ଷେପ କରୁନାହିଁ ଵଲାଙ୍ଗିର ପୋଲିସ । ଫଳରେ ବଳି ପ୍ରଥା ଉପରେ କଟକଣା ନାହିଁ । କେବଳ ଶାନ୍ତି ଶୃଙ୍ଖଳା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ , ୪୦ ଜଣ ହୋମଗାର୍ଡ , ୧୫ ଜଣ ପୋଲିସ ଅଧିକାରୀ ଓ ୩ ଜଣ ମାଜିଷ୍ଟ୍ରେଟ ମୁତୟନ ହୋଇଛନ୍ତି । ଗତ ରାତିରେ ନିଶି ପୂଜା ସରିଥିବା ବେଳେ ଆଜି ବଳି ପ୍ରଥା ଜାରି ରହିବ। ଆଉ ପୁଣି ଥରେ ରକ୍ତ ରଞ୍ଜିତ ହେବ ସୁଲିଆ ମାଟି ।