ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ଅଳଙ୍କାରରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବା ବେଳେ ଚଳିତ ଥର କରୋନା କଟକଣା ପାଇଁ ବିନା ଭକ୍ତଙ୍କ ଦର୍ଶନରେ ମହାପ୍ରଭୁଙ୍କ ସୁନାବେଶ ହେବ ।

ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି । ତିନି ରଥ ଉପରେ ସକାଳୁ ମଙ୍ଗଳ ଆଳତୀ ହେବା ପରେ ମଇଲମ, ତଡ଼ପ ଲାଗି, ଅବକାଶ, ଗୋପାଳବଲ୍ଲଭ ଓ ସକଳ ବିଧି ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ପରେ ମଇଲମ ଶାଢୀ ଖଣ୍ଡୁଆ ଲାଗି, ସନ୍ଧ୍ୟା ଆରତୀ, ଏକାଦଶୀ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ । ସର୍ବାଙ୍ଗ ନୀତି ପରେ ରଥଗୁଡ଼ିକ ଉପରେ ପ୍ରାୟ ଦୁଇଘଣ୍ଟା ଧରି ସୁନାବେଶରେ ସଜ୍ଜିତ କରାଯିବେ । ଅପରାହ୍ଣ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ ।

Leave A Reply

Your email address will not be published.