ଘଟଗାଁ ମା ତାରିଣୀ ମନ୍ଦିରରେ ବ୍ରତ ପାଳନ କଲେ ହଜାର ହଜାର ମହିଳା

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ପୀଠରେ ଆଜି ପାଳିତ ହୋଇଛି ତାରିଣୀ ବ୍ରତ। ପ୍ରତ୍ୟକ ବର୍ଷ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ମଙ୍ଗଳବାରରେ ଏହି ବ୍ରତ ପାଳିତ ହୋଇଥାଏ । ଏହି ଅବସରରେ ତାରିଣୀ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ମହିଳା ଆଜି ହାତରେ ଭୋଗ ଡାଲା ଓ ତାରିଣୀ ବ୍ରତ ଧରି ପୂଜା ଅର୍ଚ୍ଚନା କରିବା ପାଇଁ ଆସିଥାନ୍ତି । ନିଜର ପରିବାରର ମଙ୍ଗଳକାମନା ଓ ବିପଦମୁକ୍ତ କରିବା ପାଇଁ ମହିଳା ମନେ ଏହି ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ମହିଳା ମନେ ତାଙ୍କର ବ୍ରତରେ ମା ତାରିଣୀଙ୍କୁ ସ୍ମରଣକରି ୧୩ଟି ଗଣ୍ଠି ପକାଇ ପରିବାରର ଶୁଭ କାମନା କରିଥାନ୍ତିା ଏହି ତାରିଣୀ ବ୍ରତ ଅବସରରେ ଘଟଗାଁ ମା’ ତାରିଣୀଙ୍କର ସୁନା ବେଶ କରାଯିବା ସହ ମା’ ଆଜି ଶୁଭ୍ର ତାରିଣୀ ବେଶରେ ଦର୍ଶନ ଦେଇଥିଲେ । ଏହି ଅବସରରେ ମାଙ୍କ ସ୍ନାନ, ମାଜଣା ଯଥା ରିତୀ ନିତୀରେ ପୂଜା ହୋଇଥିବା ବେଳେ ହଜାର ହଜାର ମହିଳା ବ୍ରତ ପାଳନ କରିବା ସହ ବହୁ ଭକ୍ତ ମାଙ୍କ ଶୁନାବେଶ ଦର୍ଶନ କରିବା ପାଇଁ ଦିର୍ଘ ସମୟ ଧରି ଲମ୍ବା ଲାଇନରେ ରହିଥିଲେ । ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦେଖି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାରିଗେଟ ବ୍ୟବସ୍ଥା କରାଯିବା ସହ ବ୍ୟାପକ ପୋଲିସ ମୂତୟନ ହୋଇଥିଲେ । ଶ୍ରୀ ଜଗନ୍ନାଥ କମ୍ବଦନ୍ତୀରୁ ତାରିଣୀ ବ୍ରତ ପାଳିତ ହେବା ସହ ମା ତାରିଣୀ ପୁରୀରୁ ଆସି ଘଟଗାଁ ବାସୀନି ହେଇଥିବା କରଣରୁ ଘଟଗାଁରେ ଏହି ବ୍ରତ ମାହା ଆଡମ୍ବରରେ ପାଳିତ ହେଇ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.