କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା: ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ୨ ସହଯୋଗୀଙ୍କୁ ଭଦ୍ରକ ଉପକାରାଗାରରେ ଜେରା

ଚାନ୍ଦବାଲି(କେନ୍ୟୁଜ୍):ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ଭଦ୍ରକ ଉପକାରାଗାରରେ ଦୁଇଜଣଙ୍କୁ ଜେରା କରାଯିବ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ଓ ଭାଗ୍ୟଧର ନାୟକଙ୍କ ଜେରା କରିବ କ୍ରାଇମବ୍ରାଞ୍ଚ ଟିମ୍‌ ।

ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କର ଟିଆଇ ପରେଡ ପାଇଁ ମଧ୍ୟ ଅନୁମତି ମିଳିଛି । ତେବେ ଟିଆଇ ପରେଡ କେବେ ହେବ ତାହା ଜଣାପଡିନାହିଁ । ଗତ ୧୩ ତାରିଖ ଦିନ ଏହି ଦୁଇ ଅଭିଯୁକ୍ତଙ୍କୁ ଜେରା କରାଯିବା ସହ ଟିଆଇ ପରେଡ ପାଇଁ ଚାନ୍ଦବାଲି JMFC କୋର୍ଟକୁ ଅନୁମତି ମାଗିଥିଲା କ୍ରାଇମବ୍ରାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.