ଆଜି ଭାଲେଣ୍ଟାଇନ୍ ଡେ, ନିଜର ସାଥୀକୁ ବିଭିନ୍ନ ଗିଫ୍‌ଟ ଦେଇ ପ୍ରେମ ଦିବସ ପାଳନ କରୁଛନ୍ତି ପ୍ରେମୀ ଯୁଗଳ

ଭୁବନେଶ୍ବର:ଆଜି ଭାଲେଣ୍ଟାଇନ୍ ଡେ ବା ପ୍ରେମ ପାଇଁ ଦିନଟିଏ । ଆଜିର ଦିନକୁ ପାଳନ କରିବା ପାଇଁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବେଶ୍ ଉତ୍ସାହ । କିଏ କେଉଁ ପ୍ରକାରେ ଆଜିର ଦିନକୁ ପାଳନ କରିବ ସେଥିପାଇଁ ପ୍ରସ୍ତୁତି କରିଛି । ନିଜର ସାଥୀକୁ ବିଭିନ୍ନ ଗିଫ୍‌ଟ ଦେଇ ପ୍ରେମ ଦିବସ ପାଳନ କରୁଛି ତ ଆଉ କିଏ ପାର୍କରେ ବୁଲିବା ସହ ସିନେମା ହଲ୍‌, ରେଷ୍ଟୁରାଣ୍ଟ ଆଦିକୁ ଯାଇ ପ୍ରେମ ଦିବସ ପାଳନ କରୁଛି । କେହି କେହି ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ଦୂର ସ୍ଥାନକୁ ବୁଲି ଯିବାକୁ ଯୋଜନା କରିଛନ୍ତି । କେବଳ ଏତିକି ନୁହଁ, ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ସାଥୀକୁ ଉପହାର ଦେବାର ଢାଞ୍ଚା ବଦଳିଛି । ସୋସିଆଲ ମିଡିଆରେ ନିଜର ସାଥୀଙ୍କୁ ଶୁଭେଚ୍ଛା ଜଣାଯାଉଛି । କେହି କେହି ଅନ୍‌ଲାଇନ୍ ସାଇଟ୍‌ରୁ ଗିଫ୍‌ଟ୍ ଅର୍ଡର କରି ସାଥୀଙ୍କ ପାଖକୁ ପଠାଉଛନ୍ତି ।

Leave A Reply

Your email address will not be published.