ସରିଲା ଦଶହରା, ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା

କଟକ/ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଦଶହରା, ଆଜି ବିଦାୟ ବେଳା। ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା । ଗତକାଲି ବିଜୟା ଦଶମୀ ଶେଷ ହେବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯିବ। ସମସ୍ତ ପୂଜା ମଣ୍ଡପ ମାନଙ୍କରେ ଶେଷ ହୋଇଛି ମାଆଙ୍କ ଆରାଧନା। ପୂଜା ମଣ୍ଡପ ମାନଙ୍କରେ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯାଇଛି।

ଟ୍ଵିିନ୍‌ସିଟିରେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। କଟକରେ ଆଜି ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ମେଢ ବିସର୍ଜନ କରାଯିବ। ଏନେଇ କଟକ ଦେବୀଗଡ଼ାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ଶୃଙ୍ଖଳିତ ଭସାଣି ପାଇଁ ମୁତୟନ ହୋଇଛନ୍ତି ୫୫ ପ୍ଲାଟୁନ୍‌ ଫୋର୍ସ। ୩୦୦ରୁ ଉର୍ଦ୍ଧ୍ୱ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି।

ସେହିପରି ରାଜଧାନୀରେ ଭସାଣୀ ପାଇଁ ୩ଟି ଅସ୍ଥାୟୀ ପୋଖରୀ କରାଯାଇଛି। ଏଥିପାଇଁ ବିଏମ୍‌ସି, କମିଶନରେଟ୍‌ ପୋଲିସ, ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଧିରେ ଧରେ ମେଢ଼ ଗୁଡ଼ିକୁ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀକୁ ଅଣାଗଲାଣି। ସୁରୁଖୁରରେ ଭସାଣି ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.