ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୨ ତମ ଜୟନ୍ତୀ, ଜନ୍ମଭୂମି ଖିଣ୍ଢାଠାରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ

ସମ୍ବଲପୁର: ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୨ ତମ ଜୟନ୍ତୀ । ସମ୍ବଲପୁର ଜେଲ ଛକରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ, ଓକିଲ ସଂଘ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଢାଠାରେ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠକୁ ଏକ ଦର୍ଶନୀୟ ସ୍ଥାନ କରିବାକୁ ସରକାର ଅନେକ ଯୋଜନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ସୁରେନ୍ଦ୍ର ସାଏଙ୍କ ଏକ ମିଉଜିୟମ୍‌ ପ୍ରତିଷ୍ଠା ସହ ପାର୍ଲାମେଣ୍ଟ କେନ୍ଦ୍ରୀୟ କକ୍ଷରେ ସ୍ଥାପନ କରିବାକୁ ବିଭିନ୍ନ ସ୍ତରରେ ପ୍ରୟାସ କରାଯିବ ବୋଲି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.