ଆଜି ବିଜୟା ଦଶମୀ, ପୀଠ ଗୁଡିକରେ ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା’

(କେନ୍ୟୁଜ): ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ବିଜୟ । ପୀଠ ଗୁଡିକରେ ଆଜି ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମାଆ। ଆଶ୍ୱୀନ ମାସ ପ୍ରତିପଦଠାରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରା ଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ । ଦେବୀ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରକୁ ବଦ୍ଧ କରିଥିଲେ । ଆଶ୍ୱୀନ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତେବେ ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଉଛି । ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି ।

ସେହିପରି କଟକ ସହରର କିଛି ପୂଜା ମଣ୍ଡପରେ ଧୁମ ଧାମରେ ପୂଜା ହେଉଥିବା ବେଳେ ଆଜି ଅନୁଷ୍ଠିତ ହେବ ସିନ୍ଦୁର ଖେଳ । ଏଥିରେ ବିବାହିତା ମହିଳା ମାନେ ମା ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ ସେହି ସିନ୍ଦୂରକୁ ବିବାହିତା ମହିଳା ମାନେ ପରସ୍ପର ମଥାରେ ଲଗାଇ ସିନ୍ଦୁର ଲଗାଇଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡି ସ୍ଥିତି ଯୋଗୁଁ ପାର୍ବଣର ମାହୋଲରେ ଚାକଚକ୍ୟ କମିଛି । ହେଲେ ଶ୍ରଦ୍ଧାଳୁଙ୍କ ଉତ୍ସାହ କମିନି । ମା’ଙ୍କୁ ଭକ୍ତିର ସହ ନିଜ ଅନୁସାରେ ଦୁର୍ଗାପୂଜାକୁ ପାଳନ କରୁଛନ୍ତି ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.