ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଇଷ୍ଟ ଦେବୀଙ୍କୁ ଅର୍ପଣ କରାଯିବ ବର୍ଷର ପ୍ରଥମ ଶସ୍ୟ

ସମ୍ବଲପୁର(କେନ୍ଯୁଜ୍): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ । ସବୁଠି ଆନନ୍ଦ ଉତ୍ସାହର ମାହୋଲ । ଇଷ୍ଟ ଦେବୀଙ୍କୁ ବର୍ଷର ପ୍ରଥମ ଶସ୍ୟ ଅର୍ପଣ କରି ନୂଆଁ ଖାଇବେ ପଶ୍ଚିମ ଓଡ଼ିଶାବାସୀ । ଘରେ ଘରେ ସାଜସଜ୍ଜା । ଇଷ୍ଟ ଦେବୀଙ୍କ ପାଖରେ ଭୋଗ ଲଗାଇବା ପରେ ସପରିବାର ଏକାଠି ବସି ଖାଇବାର ପରମ୍ପରା ରହିଛି ।

ପରେ ବଡ଼ଙ୍କୁ ପ୍ରଣାମ କରି ସାନମାନେ ଆଶୀର୍ବାଦ ନେବେ । ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବ । ସକାଳ ୧୦ଟା ୧୫ ମିନିଟରୁ ୧୦ଟା ୨୫ ମିନିଟ ଭିତରେ ମାଙ୍କ ଠାରେ ନବାନ୍ନ ଲାଗି ପାଇଁ ସମୟ ଧାର୍ଯ୍ୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.