ଆଉ ମାତ୍ର କିଛି ସମୟର ଅପେକ୍ଷା..ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ଯୁଜ୍): ଆଉ ମାତ୍ର କିଛି ସମୟର ଅପେକ୍ଷା ରତ୍ନ ସିଂହାସନ ଛାଡ଼ି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି।  କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ।

ଅନ୍ଯପଟେ ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ ୮ଟାରୁ ରଥ ପ୍ରତିଷ୍ଠା ହେବ । ସକାଳ ୮ଟା ୧୫ରେ ମଙ୍ଗଳାର୍ପଣ ପରେ ସକାଳ ସାଢ଼େ ୮ଟାରେ ଆରମ୍ଭ ହେବ ପହଣ୍ଡି । ସାଢ଼େ ୧୧ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ଏହାପରେ ରଥରୁଢ଼ ଶ୍ରୀଜିଉମାନଙ୍କର କିଛି ନୀତି ହେବ । ଅପରାହ୍ନ ୧୨ଟା ୪୫ରୁ ଦିନ ୨ଟା ଭିତରେ ରଥ ଉପରେ ଛେରା ପହଁରା କରିବେ ଗଜପତି ମହାରାଜ । ଦିନ ୨ଟାରୁ ୩ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ପରେ ଦିନ ୩ଟାରୁ ରଥଟଣା ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.