ଆଜିର ନୂଆ କରୋନା ସଂକ୍ରମିତ ମଧ୍ୟ କୋଲକାତା ଫେରନ୍ତା, ବ୍ୟକ୍ତି ଜଣକ କେଉଁ ମାନଙ୍କ ସଂଶ୍ପର୍ଶରେ ଆସିଛନ୍ତି ସେନେଇ ଚାଲିଛି କଣ୍ଟାକ୍ଟ ଟ୍ରେସିଂ

ବାଲେଶ୍ୱର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି। ନୂଆ ସଂକ୍ରମିତ ବାଲେଶ୍ୱର ଜିଲ୍ଲାର ୫୮ ବର୍ଷୀୟ ପୁରୁଷ। ସେ କୋଲକାତାରୁ ଫେରିଥିବା ସୂଚନା ମିଳିଛି। ସଂକ୍ରମିତ ବ୍ୟକ୍ତି ଜଣକ କାହା କାହା ସଂଶ୍ପର୍ଶରେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଆଜିର ଜଣେ ପଜିଟିଭ୍‌ଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

baleswarrରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱରରେ ୨୦, ଯାଜପୁରରେ ୩୬ ଓ ଭଦ୍ରକରେ ୧୯ ଜଣଙ୍କୁ ମିଶାଇ ମୋଟ ୭୫ ପଜିଟିଭ୍‌ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୪୭ ଓ ସୁନ୍ଦରଗଡରେ ୧୦ ଜଣ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ମୋଟ ୧୪୩ ସଂକ୍ରମିତଙ୍କ ମଧ୍ୟରୁ ଏହି ୫ଟି ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୯୨ ପ୍ରତିଶତ । ଏହି ୫ ଜିଲ୍ଲାରେ ୧୩୨ ପଜିଟିଭ୍‌ ବାହାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.