ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ, ନୂଆ ଜାତୀୟ ଶିକ୍ଷା ନୀତି ଉପରେ ବାଜିବପାରେ ମୋହର

ଭୁବନେଶ୍ୱର : ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୪ଟାରେ ବୈଠକ ବସିବ । ଏଥିରେ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ନୂଆ ଶିକ୍ଷା ନୀତି ଲାଗୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ଅନୁସାରେ ଚଳିତ ଶିକ୍ଷାବର୍ଷରୁ ସ୍ନାତକ ସ୍ତରରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ହେବ । ୪ ବର୍ଷିଆ କ୍ରେଡିଟ ବେସର ପାଠ୍ଯକ୍ରମ ପଢ଼ାଯିବ । ଏଥିରେ ଅନର୍ସ ରହିବ । ଗବେଷଣାକୁ ଗୁରୁତ୍ବ ଦିଆଯିହ । ୭ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀମାନେ ଡିଗ୍ରୀ କୋର୍ସକୁ ସଂପୂର୍ଣ୍ଣ କରିପାରିବେ । ୟୁଜିସି ଦ୍ବାରା ଦିଆଯାଇଥିବା କ୍ରେଡିଟ ଫ୍ରେମୱାର୍କ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ ଫ୍ରେମୱାର୍କ ପ୍ରସ୍ତୁତ କରାଯାଇି । ବହୁମୁଖୀ ପାଠ୍ୟକ୍ରମ ସହ ଧନ୍ଦାମୂଳକ ଶିକ୍ଷା, ଦକ୍ଷତା ଭିତ୍ତିକ ଶିକ୍ଷା ଆଦି ପଢ଼ାଯିବ । ଆଜିର କ୍ୟାବିନେଟ ବୈଠକରେ କିଛି ବିଭାଗର ପ୍ରସ୍ତାବରେ ମଧ୍ୟ ମୋହର ବାଜିବାର ସମ୍ଭାବନା ରହିଛି ।

You might also like