ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ନିର୍ମାଣରେ ଦୂର୍ନିତି ଅଭିଯୋଗ
ସମ୍ବଲପୁର(କେନ୍ୟୁଜ୍) : ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣରେ ଦୂର୍ନିତି ଅଭିଯୋଗ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଧୁଲିପାଲି ପଞ୍ଚାୟତର ଲିଙ୍ଗାପାଲି ଗାଁରୁ ଏହି ଅଭିଯୋଗ ଆସିଛି । ବାହ୍ୟ ମଳମୁକ୍ତ କରିବା ପାଇଁ ଘରେ ଘରେ ପାଇଖାନା ନିର୍ମାଣ କରାଯାଇଛି । ହେଲେ ପାଇଖାନା ଟାଙ୍କି ନିର୍ମାଣ କରାଯାଇନାହିଁ । ଠିକାଦାର ଏହିଭଳି ୨ଶହରୁ ଉର୍ଦ୍ଧ୍ୱ ପାଇଖାନା ନିର୍ମାଣ କରି ଟଙ୍କା ହଡ଼ପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨୦୧୫-୧୬ ମସିହାରେ ନିର୍ମାଣ ହୋଇଥିବା ଏହି ପାଇଖାନାଗୁଡିକୁ ଆଜିଯାଏଁ ବ୍ୟବହାର କରିପାରୁନାହାନ୍ତି ଲୋକେ । ଏନେଇ ବାରମ୍ବାର ବିଡିଓ ଉପଜିଲ୍ଳାପାଳଙ୍କୁ ଗାଁ ଲୋକେ ଅଭିଯୋଗ କରିଛନ୍ତି । ତଥାପି କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।