କେନ୍ଯୁଜ୍: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଜଇଶପାଟଣା ଠାରେ ଥିବା ଟୋଲ ପ୍ଲାଜାରେ ପୂର୍ବ ରାତିରୁ ଟୋଲ ଭଡ଼ା ବୃଦ୍ଧି କରାଯାଇଛି। ଏନେଇ ଟୋଲଗେଟ ଦେଇ ଯାଉଥିବା ଯାତ୍ରୀମାନେ ନୂତନ ଭଡ଼ା ଦେଇ ଯାତ୍ରା କରିବେ । ପ୍ରତି ବର୍ଷ ଏହି ଟୋଲ ଭଡ଼ା ବୃଦ୍ଧି କରାଯାଇଥାଏ ବୋଲି ଟୋଲ ପ୍ଲାଜା ମ୍ୟାନେଜର ସୂଚନା ଦେଇଛନ୍ତି । ତେବେ କରେନା ପ୍ରଭାବରେ ଟୋଲ ଗେଟରେ ଯାନ ବହାନ ଚଳାଚଳ ପ୍ରଭାବିତ ହୋଇଛି ।
ଜାଣନ୍ତୁ କେଉଁ ଯାନ ପାଇଁ କେତେ ଟଙ୍କା ରହିଛି ଟୋଲ୍ ଗେଟ୍ ଭଡା
ଏକକ ଯାତ୍ରା ପାଇଁ ଦେୟ
କାର୍, ଜୀପ୍, ଭ୍ୟାନ୍ ବା ହାଲୁକା ମଟର ଗାଡି ୧୧୫ ଟଙ୍କା
ହାଲୁକା ବ୍ୟାବସାୟିକ ଯାନ, ହାଲୁକା ମାଲଗାଡି କିମ୍ବା ମିନିବସ୍ ୧୭୫ ଟଙ୍କା
ବସ୍ ବା ଟକ୍ର (ଦୁଇ ଏକ୍ସିଲ) ୩୬୦ ଟଙ୍କା
ବିଶାଳ ନିର୍ମାଣ ଯନ୍ତ୍ର (ଏଚସିଏମ୍) କିମ୍ବା ଭୂ-ସ୍ଥାନାନ୍ତରଣ ଉପକରଣ (ଇଏମଇ) କିମ୍ବା ୩ରୁ ୬ ଏକ୍ସିଲ ଯୁକ୍ତ ବହୁ ଚକ ବିଶିଷ୍ଟ ଯାନ (ଏମଏଭି) ୫୫୦ ଟଙ୍କା
ବଡ ଯାନ (୭ କିମ୍ବା ଅଧିକ ଏକ୍ସିଲ୍) ୭୦୦ ଟଙ୍କା
ଗୋଟିଏ ଦିନ ମଧ୍ୟରେ ଯିବା ଓ ଫେରିବା ଦେୟ
କାର୍, ଜୀପ୍, ଭ୍ୟାନ୍ ବା ହାଲୁକା ମଟର ଗାଡି ୧୭୦ ଟଙ୍କା
ହାଲୁକା ବ୍ୟବସାୟିକ ଯାନ, ହାଲୁକା ମାଲଗାଡି କିମ୍ବା ମିନିବସ୍ ୨୬୫ ଟଙ୍କା
ବିଶାଳ ନିର୍ମାଣ ଯନ୍ତ୍ର (ଏଚସିଏମ୍) କିମ୍ବା ଭୂ-ସ୍ଥାନାନ୍ତରଣ ଉପକରଣ (ଇଏମଇ) କିମ୍ବା ୩ରୁ ୬ ଏକ୍ସିଲ ଯୁକ୍ତ ବହୁ ଅଖ ବିଶିଷ୍ଟ ଯାନ (ଏମଏଭି) ୮୨୫ ଟଙ୍କା
ବଡ ଯାନ (୭ କିମ୍ବା ଅଧିକ ଏକ୍ସିଲ୍) ୧୦୫୦ ଟଙ୍କା
ବସ୍ ବା ଟକ୍ର (ଦୁଇ ଏକ୍ସିଲ) ୫୪୦ ଟଙ୍କା
ମାସରେ ୫୦ ଥର ଏକକ ଯାତ୍ରା ପାଇଁ ମାସିକ ପାସ୍ ଦେୟ
କାର୍, ଜୀପ୍, ଭ୍ୟାନ୍ ବା ହାଲୁକା ମଟର ଗାଡି ୩୭୫୫ ଟଙ୍କା
ହାଲୁକା ବ୍ୟାବସାୟିକ ଯାନ, ହାଲୁକା ମାଲଗାଡି କିମ୍ବା ମିନିବସ୍ ୫୮୬୦ ଟଙ୍କା
ବସ୍ ବା ଟକ୍ର (ଦୁଇ ଏକ୍ସିଲ) ୧୧,୯୫୫ ଟଙ୍କା
ବିଶାଳ ନିର୍ମାଣ ଯନ୍ତ୍ର (ଏଚସିଏମ୍) କିମ୍ବା ଭୂ-ସ୍ଥାନାନ୍ତରଣ ଉପକରଣ (ଇଏମଇ) କିମ୍ବା ୩ରୁ ୬ ଏକ୍ସିଲ ଯୁକ୍ତ ବହୁ ଅଖ ବିଶିଷ୍ଟ ଯାନ (ଏମଏଭି) ୧୮,୩୪୦ ଟଙ୍କା
ବଡ ଯାନ (୭ କିମ୍ବା ଅଧିକ ଏକ୍ସିଲ୍) ୨୩,୩୫୫ ଟଙ୍କା
୨୦୨୦-୨୧ ବର୍ଷ ପାଇଁ ଉପରୋକ୍ତ ଟୋଲ୍ ପ୍ଲାଜା ଠାରୁ ୨୦ କି.ମି ଦୂରତା ମଧ୍ୟରେ ବାସ କରୁଥିବା ସ୍ଥାନୀୟ ଅଣ ବ୍ୟାବସାୟିକ ଯାନ ପାଇଁ ମାସିକ ପାସ୍ ବାବଦକୁ ୨୭୫ ଟଙ୍କା ଦେୟ ଲାଗୁ ହେବ।