ସୁଭଦ୍ରା ଯୋଜନା ପାଇଁ ଟୋଲ ଫ୍ରି ନମ୍ବର ଜାରି, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାମ କରିବ ନମ୍ବର

ଭୁବନେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଟୋଲ ଫ୍ରି ନମ୍ବର ଜାରି । ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନମ୍ବର କାର୍ଯ୍ୟକ୍ଷମ କରିବ । ଅଙ୍ଗନବାଡି କର୍ମୀ ଓ ସହାୟିକା, ଆଶାକର୍ମୀ, ସିଆରପି, ଏମବିକେ, ଆଉଟ ସୋର୍ସିଂ ସଂସ୍ଥା ଦ୍ବାରା ନିଯୁକ୍ତ ମହିଳା କର୍ମଚାରୀ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ । ସୁଭଦ୍ରା ଯୋଜନା ସଂପର୍କିତ ଉଚ୍ଚସ୍ତରୀୟ ବୈଠକ ।

ମାର୍ଗଦର୍ଶିକା ଅନୁସାରେ ଯୋଜନା କାର୍ଯ୍ୟକାରୀ କରିବାକୁ ଉନ୍ନୟନ କମିଶନର ଅନୁଗର୍ଗ ଗୁରୁତ୍ବାରୋପ କରିଛନ୍ତି  । ଆବେଦନକାରୀଙ୍କୁ ସଠିକ ସୂଚନା ପ୍ରଦାନ, ଆବେଦନ ପ୍ରକ୍ରିୟାକୁ ସଠିକ ଭାବେ ନିର୍ବାହ କରି ମାର୍ଗଦର୍ଶିକା ଅନୁସାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ସେ କହିଛନ୍ତି  ।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅର୍ଥ ସଚିବ ଶାଶ୍ବତ ମିଶ୍ର, ପଞ୍ଚାୟତିରାଜ ସଚିବ ସୁଶୀଳ ଲୋହାନୀ, ଆଇଟି ସଚିବ ବିଶାଳ କୁମାର ଦେବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ  । ଏଥିରେ ସବୁ ଆରଡିସି ଓ ଜିଲ୍ଲାପାଳ ଏବଂ ମହାନଗର ନିଗମର କମିଶନରମାନେ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଥିଲେ  । ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲା, ପୌରାଞ୍ଚଳ ଓ ବ୍ଲକ ସ୍ତରରେ ଯୋଜନାର ମାର୍ଗଦର୍ଶିକା ଓ କାର୍ଯ୍ୟକାରିତା ସଂପର୍କରେ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି  ।