ଗାଡି ବୀମା ନଥିଲେ ଧରିବ ଟୋଲ ଗେଟ, ୨ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲ ଦଣ୍ଡ

କେନ୍ୟୁଜ (ବ୍ୟୁରୋ) : ମୋଟର ଯାନର ବୀମା ନ ଥିଲେ ସ୍ୱୟଂକ୍ର଼ିୟ ପ୍ରଣାଳୀରେ ଧର଼ିବ ଟାେଲଗଟ । ଇ-ଡ଼ିଟେକ୍ସନ ପ୍ରକ୍ର଼ିୟାରେ ଜାରିହେବ ଇ-ଚାଲାଣ । ଆସନ୍ତା ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଲାଗୁ ହେବ ଏହି ଆଇନ । ରାଜ୍ୟର ବ଼ିଭ଼ିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟ଼ି ଟାେଲଗେଟରେ ଏହା କାର୍ଯ୍ୟକାରୀ ହେବ ।
ମୋଟର ଯାନ ଆଇନ ଅନୁଯାୟୀ ବୈଧ ବୀମା ନଥାଇ ଗାଡ଼ି ଚଳାଚଳ କରୁଥିବା ନ଼ିୟମ ଉଲ୍ଲଙ୍ଘନକାରୀଙ୍କୁ ଚ଼ିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର଼ିବାକୁ ରାଜ୍ୟ ପର଼ିବହନ ପ୍ରାଧିକରଣ ପକ୍ଷରୁ ନ଼ିଷ୍ପତ୍ତ଼ି ଗ୍ରହଣ କରାଯାଇଛ଼ି।
ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ । ଏହାର ଉଲ୍ଲଙ୍ଘନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହ଼ିଛ଼ି । ସେହ଼ିଭଳ଼ି ପୁନର୍ବାର ଉଲଂଘନ କଲେ 4 ହଜାର ଟଙ୍କା ଜରିମାନା କିମ୍ବା 3 ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହ଼ିଛ଼ି।
ଅନେକ ଗାଡ଼ି ନ଼ିୟମ ଉଲ୍ଲଙ୍ଘନ କର଼ି ବୀମା କରୁ ନାହାନ୍ତ଼ି । ଫଳରେ ମୃତକଙ୍କ ପର଼ିବାର ଅନୁକମ୍ପାମୂଳକ ବୀମା ରାଶ଼ି ପାଇବାରୁ ବଞ୍ଚ଼ିତ ଲହଉଛନ୍ତ଼ି । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛ଼ି । ଏହାକୁ ଦୃଷ୍ଟ଼ିରେ ରଖି ନ଼ିୟମ ଉଲ୍ଲଂଘନକାରୀଙ୍କ ବ଼ିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର଼ିବହନ ଆୟୁକ୍ତ ଦେଇଛନ୍ତ଼ି । ତେଣୁ ଗାଡ଼ିର ବୀମା ନ ଥିଲେ ତୁରନ୍ତ ବୀମା କରାଇ ନେବାକୁ ରାଜ୍ୟ ପର଼ିବହନ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛ଼ି ।