ଆସନ୍ତାକାଲି ପୁରୀରେ ବିଜେଡିର ମହିଳା ସମାବେଶ , ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ(କେନ୍ୟୁଜ୍) : ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ଟକ୍କର ଦେବାକୁ ଆସନ୍ତାକାଲି ପୁରୀରେ ବଡ଼ଧରଣର ସମାବେଶ କରୁଛି ବିଜେଡି । ପୁରୀ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆୟୋଜନ ହେଉଛି ବିଜେଡିର ମହିଳା ସମାବେଶ । ପୁରୀ ଇନଡୋର ହଲରେ ଆୟୋଜିତ ହେବାକୁ ଥିବା ଏହି କାର୍ୟ୍ୟକ୍ରମ କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ । ୬୦ହଜାରରୁ ଅଧିକ ମହିଳା ସମାବେଶରେ ଏକାଠି ହେବେ । ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋବାଇଲ ଓ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ପୁରୀ ପରେ ଅନ୍ୟ ଜିଲ୍ଲାରେ ଏଭଳି କାର୍ୟ୍ୟକ୍ରମ ଆୟୋଜିତ ହେବ । ପୁରୀ କାର୍ୟ୍ୟକ୍ରମ ସାରି ବାରିପଦା ଯାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ଗୋଟିଏ ଦିନରେ ମୋଦି ଓ ନବୀନଙ୍କ କାର୍ୟ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହେଲାଣି ।