ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର କରିବେ ଶୁଭାରମ୍ଭ

ଗଞ୍ଜାମ(କେନ୍ଯୁଜ୍) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ଯାୟରେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ଛତ୍ରପୁରରେ ନବନିର୍ମିତ ଜିଲ୍ଲା ପରିଷଦ କାର୍ଯ୍ଯାଳୟର ଶୁଭ ଉଦଘାଟନ କରିବେ ନବୀନ। ସେହିପରି ବ୍ରହ୍ମପୁରରେ ମହାନଗର ନିଗମର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ଶିଳାନ୍ୟାସ କରିବେ । ପ୍ରାୟ ୧୦୧ କୋଟି ଟଙ୍କାର ପ୍ରକଳ୍ପ ଶୁଭ ଦେବାକୁ ଥିବା ବେଳେ ଗୋପାଳପୁର ଓଭରବ୍ରିଜର ଲାଇଟ ଓ ୯ଟି ସରକାରୀ କୋଠାରେ ଜଳ ସଂରକ୍ଷଣ ବ୍ୟବସ୍ଥାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ହିଞ୍ଜିଳି ଓ ଶେରଗଡ଼ରେ ଆମ ଗାଁ ଆମ ବିକାଶ କାର୍ଯ୍ଯକ୍ରମର ସଫଳ ରୂପାୟନ ନେଇ ଜନସାଧାରଣଙ୍କ ସେ ଆଲୋଚନା କରିବେ ।