ଆସନ୍ତାକାଲି ମଧୁସୂଦନ ଦାସଙ୍କ ୧୭୪ ତମ ଜୟନ୍ତୀ, ଏହି ଅବସରରେ ସ୍ୱତନ୍ତ୍ର ସଂଗ୍ରହାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସାଲେପୁର (କେନ୍ୟୁଜ): ଆସନ୍ତାକାଲି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ । ଏହି ଅବସରରେ ବହୁ ପ୍ରତିକ୍ଷିତ ମଧୁସୂଦନ ସଂଗ୍ରହାଳୟ ଉଦ୍‌ଘାଟିତ ହେବ। ଏନେଇ ଉତ୍ସବ ମୁଖର ହୋଇ ଉଠିଛି ଜନ୍ମମାଟି ସତ୍ୟଭାମାପୁର । ମଧୁବାବୁଙ୍କ ସ୍ମୃତି ସମ୍ବଳିତ ଏକ ନୂତନ ମ୍ୟୁଜିୟମ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗଦେବେ । ମଧୁବାବୁଙ୍କ ଜନ୍ମପୀଠର ଉନ୍ନତି ପାଇ ରାଜ୍ୟ ସରକାର ଯେଉଁ ପଦକ୍ଷେପ ହାତକୁ ନେଇଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.