ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପାଇଁ ଜମିଲାଣି ଭକ୍ତଙ୍କ ଭିଡ

ପୁରୀ : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଆନନ୍ଦ ଉଲ୍ଲାସ ସହ ଦୀପାବଳିକୁ ପାଳନ କରିବା ପାଇଁ ଦୋକାନ ବଜାରରେ ରହିଛି ଭଳିକି ଭଳି ବାଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା । କାଲି ଦୀପାବଳି ସହ ପାଳନ ହେବ ପୟାଶ୍ରାଦ୍ଧ। ମହାପ୍ରଭୁଙ୍କ ଦର୍ଶନ ସହ କାଉଁରିଆ କାଠି ଜାଳି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ ବଡୁଆ ଡାକିବେ ଭକ୍ତ ।  ଏଥିପାଇଁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଭକ୍ତଙ୍କ ପ୍ରବଳ ଭିଡ ।

ପିତୃ ପୁରୁଷଙ୍କୁ ସ୍ବସ୍ଥାନ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ । ଏହା ଏକ ସାମୂହିକ ଶ୍ରାଦ୍ଧ ।  ଏଣୁ ପୁରୀ ବଡଦେଉଳ ସମ୍ମୁଖରେ ଶ୍ରଦ୍ଧାଳୁ ମାନେ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଅର୍ପଣ କରିଥାନ୍ତି । ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ପିଣ୍ଡଦାନ କରିଥାନ୍ତି ।  ବାଇଶି ପାହଚରେ ପିଣ୍ଡଦାନ କଲେ ପିତୃଗଣଙ୍କୁ ସନ୍ତୁଷ୍ଟି ମିଳିଥାଏ ଓ ସେମାନେ ଆଶୀର୍ବାଦ ପ୍ରଦାନ କରିଥାନ୍ତି ବୋଲି ବିଶ୍ବାସ ରହିଛି । ଏଥିପାଇଁ କାହିଁ କେତେ ଦୂରରୁ ଭକ୍ତ ପୟାଶ୍ରାଦ୍ଧ କରିବାପାଇଁ ଶ୍ରୀମନ୍ଦିରକୁ ଛୁଟି ଆସିଥାନ୍ତି ।  କାଉଁରିଆ କାଠି ଜାଳିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

 

ଆହୁରି ପଢ଼ନ୍ତୁ : କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ : ଆଇନ ମନ୍ତ୍ରୀ