ଆସନ୍ତାକାଲି ଶ୍ରାବଣ ମାସ ପ୍ରଥମ ସୋମବାର: ବୋଲ ବମ୍‌ ଧ୍ୱନିରେ କମ୍ପିବ ଏକାମ୍ର କ୍ଷେତ୍ର, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତାକାଲି ଶ୍ରାବଣ ମାସ ପ୍ରଥମ ସୋମବାର । ବୋଲ ବମ୍‌, ହରହର ମହାଦେବ ଧ୍ୱନିରେ କମ୍ପିବ ଏକାମ୍ର କ୍ଷେତ୍ର । ଦୁଇ ବର୍ଷ କରୋନା କଟକଣା ଯୋଗୁ ନିରାଶ ହୋଇଥିବା ମାନସିକଧାରୀ ଦୂରଦୂରାନ୍ତରୁ ଆସି ଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିବେ । ଏଥିପାଇଁ ବିଏମସି, ମନ୍ଦିର ପ୍ରଶାସନ ଓ ଏଏସଆଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଆଜି ରାତି ୩ଟାରୁ ପହଡ ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବା ପରେ ୪ଟାରେ ଭକ୍ତଙ୍କ ପାଇଁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କାଉଡିଆ ଓ ଭକ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।

ମନ୍ଦିର ବାହାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିର ଭିତରକୁ ଛୁରୀ, ପଲିଥିନ ଓ ପ୍ଲାଷ୍ଟିକ୍‌ ସାମଗ୍ରୀ ବାରଣ କରାଯାଇଛି । ଆଡକାଠ ନିକଟରେ କାଉଡିଆ ମାନେ ଜଳ ଢାଳି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.