ଆସନ୍ତାକାଲି ଖଣ୍ଡଗ୍ରାସ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ, ରାତି ଗୋଟାଏ ୩୦ରେ ହେବ ଦୃଶ୍ୟମାନ

ଆସନ୍ତାକାଲି ଆଷାଢ଼ ପୂର୍ଣ୍ଣିମା । ଖଣ୍ଡଗ୍ରାସ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ । ଏଥିପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି । କାଲି ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ହେବ । ରାତି ଗୋଟାଏ ୩୦ ମିନିଟ ୫୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି କରାଯିବ । ଏହାପରେ ସମୟକୁ ଦେଖି ଅନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ । ଆସନ୍ତାକାଲି ନୀଳାଚଳ ଅବଢା ବାହାରିବାକୁ ଥିବାରୁ ଚନ୍ଦ୍ରଗ୍ରହଣ ଦ୍ୱାରା ଏହା ପ୍ରଭାବିତ ହେବ ନାହିଁ । ସକାଳଧୂପ ଓ ମଧ୍ୟାହ୍ନ ଧୂପ ପରେ ଅବଢା ପାଇପାରିବେ ଶ୍ରଦ୍ଧାଳୁ । ରାତି ପ୍ରାୟ ୪ଟା ୩୦ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.