ରାଜ୍ୟ

ଯାଜପୁର: ଆସନ୍ତା କାଲି ଉଦଘାଟିତ ହେବ ଜିଲ୍ଲାର ୧୫୦ ଶଯ୍ୟା ବିଶିଷ୍ଟ ପ୍ରଥମ କୋଭିଡ଼-୧୯ ହସ୍ପିଟାଲ

ଯାଜପୁର ଟାଉନ(କେନ୍ୟୁଜ): ଆସନ୍ତା କାଲି ଉଦଘାଟିତ ହେବ ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗର ରେ ରହିଛି ଟାଟା ମେଡିକା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ। ଗତକାଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କାର୍ତ୍ତିକେୟ ପଣ୍ଡିଆନ ଆସି ଟାଟା ମେଡିକା ହସ୍ପିଟାଲକୁ ଅନୁଧ୍ୟାନ କରିଥିଲେ।

ଆଜି ଏହି ଟାଟା ମେଡିକା ହସ୍ପିଟାଲ କୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବାକୁ ସରକାରୀ ସ୍ଵୀକୃତି ମିଳିଛି। ବଡ଼ ଖୁସି ର କଥା ଯେ ଏହି କୋଭିଡ ହସ୍ପିଟାଲ ଆସନ୍ତା କାଲି ପୂର୍ବାହ୍ନ 10 ଘଟିକା ସମୟରେ ମେଡିକା ହସ୍ପିଟାଲ ପରିସରରେ ଲୋକାର୍ପିତ ହେବ ବୋଲି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି। ବର୍ତମାନ ଏହାକୁ ସଂପୂର୍ଣ ସଂକ୍ରମଣ ମୁକ୍ତ ଭାବେ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ହସପିଟାଲରେ କୋଭିଡ୍-19ର ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ 30ଜଣ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ 10ରୁ 15ଜଣ ଅତିରିକ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକାନ୍ତ ମାନଙ୍କ ଚିକିତ୍ସା କରାଯିବ ବୋଲି କୁହାଯାଇଛି ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

44 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

49 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago