ଜଳେଶ୍ୱର : ଇଲିସି କେଜି ହଜାରେ । ଦୀଘା ମୁହାଣରେ ମିଳୁଛି ଇଲିସି । ଓଡ଼ିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମୁହାଣ ମାଛ ମାର୍କେଟରେ କୁଇଣ୍ଟାଲ କୁଇଣ୍ଟାଲ ଇଲିସି ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିସି ଟ୍ରଲର ଯୋଗେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି । ଗତ କିଛି ବର୍ଷଧରି ମତ୍ସ୍ୟଜୀବୀଙ୍କ ଜାଲରେ ଆଶାନୁରୂପେ ଇଲିସି ସମୁଦ୍ରରେ ଧରା ଦେଉନଥିଲା ।
ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ନିରାଶ ହୋଇଥିଲେ। ଗତ ୨ ଦିନ ଧରି ମତ୍ସଜୀବୀଙ୍କ ଜାଲରେ ପ୍ରବଳ ଇଲିସି ପଡୁ ଥିବାରୁ ମତ୍ସ୍ଯଜିବୀ ଏବଂ ବ୍ଯବସାୟୀ ଖୁସ୍। ୨୦୦ ଗ୍ରାମର ଇଲିସି ୨୦୦ ଶହ ଟଙ୍କାରେ ବିକ୍ରି ହେଉଛି। ୫ ଶହ ଗ୍ରାମ ଓଜନର ଇଲିସି ସାଢେ ୫ ଶହ ଟଙ୍କାରେ ଓ ଏକ କେଜି ଓଜନର ଇଲିସି ୧ ହଜାର ଟଙ୍କାରେ ବିକ୍ରି ହେଉଛି। ଆଗକୁ ପ୍ରଚୁର ଇଲିସି ପଡ଼ିବାର ସମ୍ଭାବନା ରହିଛି ବୋଲି ଦୀଘା ମତ୍ସଜୀବୀ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।