ଟପ ମାଓ ନେତା ଦାମଦର ନିହତ, ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା

ମାଲକାନଗିରି :   ଟପ ମାଓ ନେତା ଦାମଦର ନିହତ । ଗତ ଗୁରୁବାର  ଛତିଶଗଡ ବିଜାପୁର ଓ ସୁକମା ଜିଲ୍ଲା ହୋଇଥିବା ଏନକାଉଣ୍ଟରରେ ୧୨ ନୁହେଁ ୧୮ ମାଓବାଦୀ ନିହତ ହୋଇଥିବା ଦକ୍ଷିଣ ବସ୍ତ ଡିଭିଜିନାଲ ମାଓ ସଂଗଠନ ତରଫରୁ ସୂଚନା ମିଳିଛି । ଦାମୋଦର ନିହତ ହୋଇଥିବା ନେଇ ପ୍ରେସମିଟ୍ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ହୋଇଛି ।  ଟପ ମାଓ ନେତା ଦାମଦର ଥିଲେ ମାଓ ସଙ୍ଗଠନ ର ମାଓ କମାଣ୍ଡର ଷ୍ଟେଟ କମ୍ମିଟି ମେମ୍ବର ଏବଂ ତେଲେଙ୍ଗାନା ଷ୍ଟେଟ କମ୍ମିଟି ମୁଖ୍ୟ । ତାଙ୍କ ମୁଣ୍ଡ ଉପରେ ଥିଲା  ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି।

ସେହିପରି ଗତକାଲି ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିରାଟ ବଙ୍କର ଠାବ ହୋଇଥିଲା । ସେହି ସାହାଯ୍ୟରେ ଖସିଯାଇଛି ଟପ୍ ମାଓନେତା ହିଡମା । ପୋଲିସ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ନିହତ ପରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଏକ ବଙ୍କର ଠାବ ହୋଇଥିଲା । ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା ।

 

Also Read : ଯବାନଙ୍କ ଦ୍ବାରା ମାଓବାଦୀଙ୍କ ବଡ଼ ବଙ୍କର୍ ଠାବ, ଟପ୍ ମାଓନେତା ଖସିଯାଇଥିବା ବେଳେ ମାଓ ସାମଗ୍ରୀ ଜବତ 

You might also like