ନା ବାଳକଙ୍କୁ ଇଲେକ୍ଟ୍ରୀ ଖୁଣ୍ଟରେ ବାନ୍ଧି ସିଗାରେଟ୍ ଚେଙ୍କ ନେଇ ଅଭିଯୋଗ, ଥାନାରେ ମାମଲା 

 ପିପିଲି : ମାନବିକତାର ସବୁ ସୀମା ଟପିଗଲେ ଅସାମାଜିକ ଯୁବକ l ନାବାଳକଙ୍କୁ ଇଲେକ୍ଟ୍ରୀ ଖୁଣ୍ଟରେ ବାନ୍ଧି ସିଗାରେଟ୍ ଚେଙ୍କ ଦେବା ସହ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି l ଏପରି ଘଟଣା ଦେଖିବାକୁ ମିଳିଛି ବଳଙ୍ଗା ଥାନା କୋଟକୋଶାଙ୍ଗା ଗ୍ରାମରେ l ଗତକାଲି ରାତିରେ ବଳଙ୍ଗା ଥାନା ଅନ୍ତର୍ଗତ କୋଟକୋସାଙ୍ଗ ଗ୍ରାମରେ ମେଲଣ ହେଉଥିଲା l ୨ ଜଣ ନା ବାଳକ ଏହି ମେଲଣକୁ ବୁଲିବା ପାଇଁ ଯାଇଥିଲେ l କୋଟକୋସାଙ୍ଗ ଗ୍ରାମ ଯୁବକ ଏବଂ ପ୍ରଧାନ ସାହିର ଯୁବକଙ୍କ ମଧ୍ୟରେ ସେଠାରେ ଗଣ୍ଡଗୋଳ ହୋଇଥିଲା ଏହା ପରେ ବଳଙ୍ଗା ପୋଲିସ ପହଞ୍ଚି ପ୍ରଧାନ ସାହିର ଜୈନିକ ଯୁବକଙ୍କୁ ଥାନାକୁ ଉଠାଇ ଆଣିଥିଲେ l

ଏହା ପରେ ସେଠାରେ ଉପସ୍ଥିତ ଥିବା ଦୁଇ ନାବାଳକଙ୍କୁ କିଛି ଅସାମାଜିକ ଯୁବକ ଅଟକ ରଖିବା ସହିତ ଗୋଟିଏ ଏଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି l ପରେ ନା ବାଳକଙ୍କୁ ଛାଡି ଦେଇଥିବା ଜଣାପଡିଛି  l ଏ ସଂପର୍କରେ ବଳଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି l ଏଭଳି  ଘଟଣାକୁ ବଳଙ୍ଗା ପୋଲିସ୍ ଗୁରୁତର ସହ ନେଇ ପ୍ରାଥମିକ ଅବସ୍ଥାରେ ଆହତ ଛାତ୍ରଙ୍କୁ ଚିକିତ୍ସା କରିବା ପାଇଁ ହସ୍ପିଟାଲକୁ ପଠାଇବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପକ୍ରିୟା ଆରମ୍ଭ କରିଛି  l ସେପଟେ ଘଟଣା ଉପରେ ନଜର ରଖିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି l