ଅକ୍ଟୋବରରୁ ଖୋଲିବ ଓଡିଶାର ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ, କରୋନା କଟକଣା ଭିତରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

କେନ୍ୟୁଜ୍(ବ୍ୟୁରୋ): ଅକ୍ଟୋବରରୁ ଖୋଲିବ ଓଡିଶାର ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ। କରୋନା କଟକଣା ଭିତରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ରହିଛି। ଏ ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି କରୋନାରେ ପର୍ଯ୍ୟଟନ ବିଭାଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଅକ୍ଟୋବରରୁ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ରହିଛି। ପର୍ଯ୍ୟଟକମାନେ କୋଭିଡ ନିୟମ ମାନି ଯେକୌଣସି ପର୍ଯ୍ୟଟନ ସ୍ଥଳୀକୁ ଯାଇପରିବେ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନେବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।