ବିଧାନସଭା ସମ୍ମୁଖରେ ବାଇକକୁ ପିଟିଲା ଟୁରିଷ୍ଟ ବସ, ହସପିଟାଲରେ ବାଇକ ଚାଳକ

ଭୁବନେଶ୍ୱର :   ବିଧାନସଭା ଆଗରେ ସୁରକ୍ଷାରେ ସାଂଘାତିକ ତ୍ରୁଟି। ବିଧାନସଭା ସମ୍ମୁଖରେ ବାଇକକୁ ପିଟିଲା ଟୁରିଷ୍ଟ ବସ। ସଙ୍କଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଊର୍ତ୍ତି ହେଲେ ବାଇକ ଚାଳକ। ପୁରୀ ରୁ ଜଗନ୍ନାଥ ଦର୍ଶନ କରି ଭୁବନେଶ୍ୱର ଲିଙ୍ଗରାଜ ଦର୍ଶନ ପାଇଁ ଆସିଥିଲା ଏହି ଟୁରିଷ୍ଟ ବସ୍ । ଲିଙ୍ଗରାଜ ଙ୍କ ଦର୍ଶନ ସାରି ବିଧାନସଭା ଦେଇ ମାଷ୍ଟର କ୍ୟାଣ୍ଟିନ ଆଡ଼କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଟୁରିଷ୍ଟ ବସରେ ପାଖାପାଖି ୫୦ ଜଣ ଯାତ୍ରୀ ରହିଥିଲେ। ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ସମସ୍ତ ଟୁରିଷ୍ଟ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦ୍ରୁତ ଗତିରେ ଆସି ବାଇକ୍ କୁ ପିଟିଥିଲା ବସ ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।

ଘଟଣାସ୍ଥଳରେ ପହଞ୍ଚି କ୍ୟାପିଟାଲ ଥାନା ପୋଲିସ ଛାନଭିନ କରିଚି। ଗୋଟେ ପଟେ ବିଧାନସଭା ଓ ଅନ୍ୟ ପଟେ ବାଚସ୍ପତିଙ୍କ ସରକାରୀ ବାସଭବନ ଆଗରେ ବଡ଼ ଦୁର୍ଘଟଣା ପରେ ହାଇ ସିକ୍ୟୁରିଟି ଜୋନରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଇକ ଆରୋହୀଙ୍କ ଘର ୟୁନିଟ ୩ ଅଞ୍ଚଳରେ। ସେ ନିଜ ବ୍ୟକ୍ତିଗତ କାମ ପାଇଁ ୟୁନିଟ ୧ ଆସିଥିବା ବେଳେ ଘଟିଛି ଦୁର୍ଘଟଣା।