କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌: ୬ ଯାତ୍ରୀ ମୃତ, ୩୦ରୁ ଅଧିକ ଆହତ

ଭଞ୍ଜନଗର(କେନ୍ୟୁଜ୍‌): କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା। ଓଲଟିଲା ଟୁରିଷ୍ଟ ବସ୍‌। ଦୁର୍ଘଟଣାରେ ୬ ଯାତ୍ରୀ ମୃତ, ୩୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟଛି। ଖବର ପାଇ ଭଞ୍ଜନଗର ଓ ଟିକାବାଲି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।

ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ବସ୍‌ଟି ଦାରିଙ୍ଗବାଡ଼ିରୁ ବିଶାଖାପାଟଣା ଅଭିମୁଖେ ଆସୁଥିବାବେଳେ ଚକାରେ ନିଆଁ ଲାଗିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଘାଟି ଶେଷରେ ଥିବା ରାସ୍ତା କଡକୁ ଓଲଟି ପଡିଥିଲା। ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗର ହୋଇଥିବା ସୂଚନା। ଏମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିଲେ। ବସ୍‌ରେ ୭୦ରୁ ଅଧିକ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ। ଭଂଜନଗର ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.