ଶ୍ୱେତଗଙ୍ଗା ପୁଷ୍କରିଣୀରେ ଗାଧୋଇବା ବେଳେ ଅଘଟଣ: ବୁଡିଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ : ଶ୍ୱେତଗଙ୍ଗା ପୁଷ୍କରିଣୀରେ ବୁଡି ପର୍ଯ୍ୟଟକଙ୍କ ମୃତ୍ୟୁ ।  ମୃତ ପର୍ଯ୍ୟଟକ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳର ଗୋବିନ୍ଦ ବିନ୍ଧାଣି । ଗୋବିନ୍ଦ ତାଙ୍କର ଅନ୍ୟସାଥୀଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଶ୍ୱେତଗଙ୍ଗା ପୁଷ୍କରିଣୀରେ ସ୍ନାନ କରୁଥିବା ବେଳେ ବୁଡିଯାଇଥିଲେ ।  ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ବାରା ଗୋବିନ୍ଦଙ୍କ ମୃତଦେହକୁ ଜବତ କରି ମେଡିକାଲ ଆଣିଥିଲେ ।  ଡାକ୍ତର ସେଠାରେ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।  ପରେ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

 

ଆହୁରି ପଢ଼ନ୍ତୁ: ତିହିଡି ବଜାରରେ ବୁଲିଲା ବୁଲଡୋଜର, ୧୨୩ଟି ଉଠା ଦୋକାନ ଚୁରାମାର