ମାଡ଼ି ଆସୁଛି ବାତ୍ୟା, ଯିଏ ଅଛ ପୁରୀ ଛାଡ଼ି ପଳାଅ

ପୁରୀ: ପୁରୀ ଛାଡ଼ି ପଳାଅ । ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକଙ୍କୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପର୍ଯ୍ୟଟକଙ୍କୁ ପୁରୀରୁ ପଳାଇବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଆସନ୍ତାକାଲିଠାରୁ ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ମନା । ହିବଷ୍ୟାଳିଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆ ଯାଇଥିବା ମନ୍ତ୍ରୀ କହିଛନ୍ତି । ଏଥିପାଇଁ ପଦକ୍ଷେପ ନେବାକୁ ପୁରୀ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ସରକାର ସବୁ ପ୍ରକାରର ପଦକ୍ଷେପ ନେଉଛନ୍ତି ।
ବାତ୍ୟାର ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ନଥିଲେ ମଧ୍ୟ, ପୁରୀ ସହରରୁ ପର୍ଯ୍ୟଟକଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ପୁରୀରେ ଥିବା ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଯେଉଁମାନେ ବାସିନ୍ଦା ନୁହେଁ ଆଉ ପୁରୀରେ ରହିବାର ଆବଶ୍ୟକତା ଅଛି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏନେଇ ଗତକାଲି ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପଲିଥିନ, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ଔଷଧ, ଗୋ ଖାଦ୍ୟ ଇତ୍ୟାଦି ମହଜୁଦ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।