ବିଦାୟ ନେଉଛି ୨୦୨୪, ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବାକୁ ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ଭିଡ

ବିଦାୟ ନେଉଛି ୨୦୨୪ । ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ । ୨୦୨୫କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହେଲାଣି । ଅର୍କକ୍ଷେତ୍ରରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ , ଦୂରଦୂରନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଆସି ଚନ୍ଦ୍ରଭାଗା ମହୋଦଧି କୂଳରେ ପହଞ୍ଚିଥିଲେ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ସମସ୍ତେ ।

ସମସ୍ତଙ୍କ ମନରେ ଗୋଟିଏ ଭାବନା ଯେ ଆସନ୍ତା ନବ ବର୍ଷ ସମସ୍ତଙ୍କ ପାଇଁ ସୁଖ ମୟ ହେଉ ।  କେହିକେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ବନ୍ଦନା କରୁଛନ୍ତି । କେହି କେହି ଶ୍ରଦ୍ଧାଳୁ ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ନମସ୍କାର କରି ପରିବାରର ମଙ୍ଗଳ କାମନା କରୁଛନ୍ତି ।  ସେପଟେ ଆଜି ଓ ଆସନ୍ତାକାଲି ଆହୁରି ଭିଡ ବଢ଼ିବ । ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି ।