ନନ୍ଦନକାନନରେ ଟୟ ଟ୍ରେନ ଲାଇନଚ୍ୟୁତ, ସମସ୍ତ ପର୍ଯ୍ୟଟକ ସୁରକ୍ଷିତ

ଭୁବନେଶ୍ୱର : ନନ୍ଦନକାନନରେ ଟୟ ଟ୍ରେନ ଲାଇନଚ୍ୟୁତ।  ସମସ୍ତ ପର୍ଯ୍ୟଟକ ସୁରକ୍ଷିତ । ୪୭ ଜଣ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିବା ଟୟ ଟ୍ରେନର ଅଧା ବାଟରେ ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । କିଛି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା । ଟୟ ଟ୍ରେନର ଇଞ୍ଜିନ ଓ ବ୍ୟାଟେରୀ ବଗିକୁ ସଂଯୋଗ କରୁଥିବା ଅନ୍ୟ ୩ଟି ପର୍ଯ୍ୟଟକ ବସିବା ବଗିଗୁଡ଼ିକ ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା । ବଗିଗୁଡ଼ିକୁ ସଂଯୋଗ କରି ଧରି ରହିଥିବା ଏୟାର ପାଇପ୍ ଏବଂ ହୁକ ଗୁଡ଼ିକ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସଙ୍ଗେସଙ୍ଗେ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଅନ୍ୟ ଗାଡ଼ି ସାହାଯ୍ୟରେ ଉଦ୍ଧାର କରିଥିଲେ । ପରେ ଟୟ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ସେମାନଙ୍କ ଟିକେଟ ପଇସା ଫେରାଇ ଦିଆଯାଇଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଛନ୍ତି ।

You might also like