ରାଜ୍ୟ

ରାସ୍ତାରେ ଯାଉ ଯାଉ ହଠାତ୍‌ ଘରେ ପଶିଲା ଟ୍ରାକ୍ଟର, କ୍ଷଣିକରେ ଚାଲିଗଲା ଚାଳକଙ୍କର ଜୀବନ

ପିପିଲି (କେନ୍ୟୁଜ) : ରାସ୍ତାରେ ଯାଉଥିବାବେଳେ ବାଟବଣା ହୋଇଗଲା ଟ୍ରାକ୍ଟର । ରାସ୍ତା ବଦଳରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର । ବିଳମ୍ବିତ ରାତିରେ ସୋଇଥିବା ବେଳେ ଘରେ ପଶିଗଲା ଟ୍ରାକ୍ଟର । ହଁ ଆଜ୍ଞା ରାସ୍ତାରେ ଯାଉଥିବା ଟ୍ରାକ୍ଟର ହଠାତ୍‌ ପଶିଗଲା ଜଣଙ୍କ ଘରେ । ଆଉ କେମିତି ଭାବେ ଟ୍ରାକ୍ଟରଟି ଘରକୁ ପଶିଛି ଦେଖନ୍ତୁ । ଏତେ ଓଜନିଆ ଟ୍ରାକ୍ଟର ଘରେ ପଶିବା ପରେ ଘରର ଅବସ୍ଥା କଣ ଟିକେ କଣ ହୋଇଛି ଦେଖନ୍ତୁ ।

ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଦୟାବିହାର ଗାଁର ବାନାମ୍ବର ମହାପାତ୍ର ଙ୍କ ଘର ଉପରକୁ ଦୁର୍ଘଟଣା ଗ୍ରସ୍ଥ ହୋଇ ଏକ ଟ୍ରାକ୍ଟର ଘର ନିକଟରେ ଥିବା ଦୋକାନରେ ପ୍ରଥମେ ମାଡ ହୋଇ ଘର ଭିତରକୁ ପଶିଯାଇଥିଲା । ଭାଗ୍ୟ ବଶତଃ ଉକ୍ତ ଘର ଲୋକେ ଅଳ୍ପକେ ବର୍ତ୍ତିଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ ଘଟଣା ସ୍ଥଳରେ ହିଁ ଟ୍ରାକ୍ଟର ଚାଳକ ଙ୍କ ମୃତ୍ୟୁ ହୋଇଗଲା ।

ତେବେ ଯାହା ସୂଚନା ରହିଛି ଟ୍ରାକ୍ଟର ଚାଳକ ଜଣଙ୍କ କଣାସ ଥାନା ଅନ୍ତର୍ଗତ ଗଡଶାହି ଗାଁର ବିମ୍ବାଧର ମହାପାତ୍ର । ସେ କିଛି କାମ ସାରି ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣାକୁ ସାମ୍ନା କରିଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ କଣାସ ପୋଲିସ ପହଞ୍ଚି ମୃତ ଟ୍ରାକ୍ଟର ଚାଳକ ବିମ୍ବାଧରଙ୍କୁ ଆମ୍ବୁଲାନ୍ସ ଯୋଗେ ଶବ ବେବଛେଦ ପାଇଁ ପୁରୀ ପଠାଇଥିବା ବେଳେ ଟ୍ରାକ୍ଟରକୁ ଜବତ କରି ଅଧିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ସତରେ ମୃତ୍ୟୁ କେବେ କହିକି ଆସେନା । କେତେବେଳେ କାହାକୁ କେଉଁ ମୁହୂର୍ତ୍ତରେ ଚାଲିଯିବ ତାର କୌଣସି ଗ୍ୟାରେଣ୍ଟୀ ନାହିଁ । ଖାଲି ଗୋଟିଏ ନିରାଟ ସତ କଥା ହେଉଛି ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । କେବଳ ମୃତ୍ୟୁକୁ ଏକ କାରଣ ଦରକାର ଥାଏ ଜୀବନ ନେବା ପାଇଁ ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

38 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago