ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ମାଟି ବୋଝେଇ ଟ୍ରାକ୍ଟର, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଆନନ୍ଦପୁର: ଭାରସାମ୍ୟ ହରାଇ ସିମେଣ୍ଟ ଦୋକାନ ଭିତରକୁ ଏକ ମାଟି ବୋଝେଇ ଟ୍ରାକ୍ଟର ପଶି ଯାଇଛି । ଟ୍ରାକ୍ଟରଟି ମାଟି ବୋଝେଇ କରି ହାଟଡିହି ବ୍ଲକ ଓରାଳି ପଟୁ ଆପଣ୍ଡା ଛକ ଆଡ଼କୁ ଆସୁଥିବା ସମୟରେ ଆପଣ୍ଡା ଛକ ନିକଟରେ ଥିବା ଏକ ସିମେଣ୍ଟ ଦୋକାନ ମଧ୍ୟକୁ ହଠାତ୍ ଭାରସାମ୍ୟ ହରାଇ ପଶି ଯାଇଥିଲା । ସୌଭାଗ୍ୟ ବଶତଃ ଚାଳକ ଟ୍ରାକ୍ଟରରୁ କୌଶଳ କ୍ରମେ ବାହାରି ଆସିଥିଲେ । ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଦୋକାନୀ ଓ ଡ୍ରାଇଭର ।

ତେବେ ଏହି ଦୁର୍ଘଟଣାରେ ଦୋକାନର କବାଟ, ଓଜନ କଣ୍ଟା ସହ କେତେକ ଜିନିଷ କ୍ଷତି ହୋଇଥିବା ବେଳେ ଟ୍ରାକ୍ଟର ଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏଭଳି ଘଟଣା ପରେ ସ୍ଥାନରେ ଲୋକ ରୁଣ୍ଡ ହୋଇଯାଇଥିଲେ । ଗାଡ଼ିଟି କେମିତି ଦୋକାନରୁ ବାହାରିବ ସେନେଇ ଚେଷ୍ଟା ଚାଲିଛି ।