ଆଖି ପିଛୁଳାକେ ବୃଦ୍ଧଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ମାଲକାନଗିରି(କେନ୍ୟୁଜ): ଝିଅ ଘରକୁ ଯାଇ ଫେରୁଥିବା ସମୟରେ ବୃଦ୍ଧଙ୍କ ସହ ଘଟିଛି ଅଘଟଣ । ଫେରୁଥିବା ସମୟରେ ରାସ୍ତାରେ ଜଗି ବସିଥିଲା ଯମ । ଆଖି ପିଛୁଳାକେ ବୃଦ୍ଧଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର । ବାସ୍ ତା ପରେ ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଟ୍ରାକ୍ଟର ଡ୍ରାଇଭର ବେପରୁଆ ଗାଡ଼ି ଭାବେ ଗାଡ଼ି ଚଳାଇବାରୁ ବୃଦ୍ଧଙ୍କ ଜୀବନ ଗଲା ।
ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ମାଲକାନଗିରି ଜିଲ୍ଲା ସତୀଗୁଡା ଗାଁ ନିକଟରେ ଘଟିଯାଇଛି । ଟ୍ରାକ୍ଟର ଭାରସାମ୍ୟ ହରାଇ ଉକ୍ତ ବୃଦ୍ଧଙ୍କ ଉପରେ ଚଢ଼ିଗଲା । ମୃତ ବୃଦ୍ଧଙ୍କ ନାଁ ଗୋପୀ ପାଙ୍ଗି ବୋଲି ଜଣାପଡ଼ିଛି । ତେବେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଛି । ମୃତ ଗୋପୀ ଝିଅ ଘରକୁ ଯାଇ ଚାଲି ଚାଲି ଫେରୁଥିବା ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ପରିବାର ଲୋକଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ । ମାଲକାନଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।