ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୩ ମୃତ

ଯାଜପୁର: ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ୩ ମୃତ । ଗତକାଲି ରାତିରେ ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ନିକଟରେ ଘଟିଛି ଅଘଟଣ । ଗୋଟିଏ ପରିବାରର ୩ଜଣ ଟ୍ରାକ୍ଟରରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ବନ୍ଧ ତଳକୁ ଓଲଟି ପଡ଼ିଥିଲା । ଫଳରେ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ୩ ଜଣ ଗୋଟିଏ ପରିବାରର ବୋଲି ଜାଣିବାକୁ ମିଳିଛି ।