ଦୋକାନ ଭିତରକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ପାନ ଦୋକାନୀ

ସାଲେପୁର: ପାନ ଦୋକାନ ଭିତରକୁ ମାଡିଗଲା ଟ୍ରାକ୍ଟର । ଅଳ୍ପକେ ବର୍ତ୍ତିଲେ ପାନ ଦୋକାନୀ । କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ବଜାରରେ ଦୁର୍ଘଟଣା ଘଟିଛି । ଜପକୁଦ ବଜାରରେ ସୁଶୀଲ ଚନ୍ଦ୍ର ମିଶ୍ରଙ୍କ ପାନ ଦୋକାନକୁ ହଠାତ୍ ଏକ ଟ୍ରାକ୍ଟର ମାଡି ଯାଇଥିଲା ।  ଅଳ୍ପକେ ବର୍ତ୍ତିଯାଇଥିଲେ ସୁଶୀଲ ଓ ଅନ୍ୟମାନେ ।

ଡ୍ରାଇଭରର ବେପରୁଆ ଟ୍ରାକ୍ଟର ଚଲନା ହେତୁ ଟ୍ରାକ୍ଟରଟି ପାନ ଦୋକାନ ଭିତରକୁ ମାଡି ଯାଇଥିବାର ସୂଚନା ମିଳିଛି । ସାଲେପୁର ଥାନା ଜପକୁଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତକରିବା ସହ ଡ୍ରାଇଭରକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରୁଥିବାର ସୂଚନା ମିଳିଛି ।

 

ଆହୁରି ପଢ଼ନ୍ତୁ :  ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ମକ୍ ଡ୍ରିଲ, ବିପଦକୁ ସାମନା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କରାଯାଉଛି ସଚେତନ