ଗଜପତି: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ପ୍ରତିବାଦରେ ଥାନା ଘେରାଉ କଲେ ଟ୍ରାକ୍‌ଟର ୟୁନିୟନ ସଂଘ

ଗଜପତି: ଗଜପତି ରାୟଗଡ଼ ଥାନା ଅଞ୍ଚଳରେ ଟ୍ରାକ୍ଟର ୟୁନିଅନ ବିରୋଧରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ପ୍ରତିବାଦରେ ଟ୍ରାକ୍‌ଟର ୟୁନିୟନର ବାଇକ ଶୋଭାଯାତ୍ରା ଓ ତହସିଲ, ବିଡିଓ କାର୍ଯ୍ୟାଳୟ ଏବଂ ଥାନା ଘେରାଉ କରାଯାଇଛି । ଥାନା ଆଗରେ ଚାପା ଉତ୍ତେଜନା ମଧ୍ୟ ଲାଗି ରହିଛି । ଏଭଳି ଦୃଶ୍ୟ ଗଜପତି ଜିଲ୍ଲା ରାୟଗଡ଼ରେ ଦେଖିବାକୁ ମିଳିଛି। ଥାନା ଅଧିକାରୀ ଲାଞ୍ଚ ନେଉଥିବା ନେଇ ଖୋଲାଖୋଲି ଟ୍ରାକ୍ଚର ୟୁନିଅନ ଅଭିଯୋଗ ଆଣିଛି। ଗତ କିଛି ଦିନ ଧରି ରାୟଗଡ ପୋଲିସ ବେଆଇନ ବାଲିଚାଲାଣ ଅଭିଯୋଗରେ ପାଖାପାଖି ୧୦ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଟ୍ରାକ୍ଟର ଚାଳକଙ୍କୁ କୋର୍ଟ ଚାଲାଣ କରିଥିଲା।

ଏନେଇ ମହେନ୍ଦ୍ର ଟ୍ରାକ୍ଟର ୟୁନିୟନର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବୁରୁଜାଙ୍ଗ ଗ୍ରାମ ଛକ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ପ୍ରଥମେ ରାୟଗଡ ତହସିଲ ପରେ ରାୟଗଡ଼ ଥାନା ଶେଷରେ ବିଡିଓ କାର୍ଯ୍ୟାଳୟ ଘେରାଉ କରିଥିଲେ। ରାୟଗଡ଼ ଥାନା ଘେରାଉ ବେଳେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଆଗାମୀ ୭ତାରିଖ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ୟୁନିୟନର ସମସ୍ତ ମାଲିକ, କର୍ମଚାରୀ ଓ ପରିବାରବର୍ଗ ଥାନା ଆଗରେ ଧାରଣାରେ ବସିବାକୁ ଚେତାବନୀ ସହ ଆତ୍ମାହୁତିର ଧମକ ଦେଇଛନ୍ତି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାୟଗଡ ଥାନା ଅଧିକାରୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.