୨ୟ ଦିନରେ ଟ୍ରେଡ ୟୁନିୟନ ଧର୍ମଘଟ , ଯାନବାହାନ ଚଳାଚଳ ଠପ୍

କେନ୍ୟୁଜ୍ : ଦ୍ୱିତୀୟ ଦିନରେ ଚକ ଅଖ ବନ୍ଦ । ଗାଡ଼ିମୋଟର ଚଳାଚଳ ଠପ୍ । ସ୍କୁଲ କଲେଜ ସବୁ ବନ୍ଦ ରହିଛି। କେନ୍ଦ୍ର ବିରୋଧରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚର ଧର୍ମଘଟ ଆଜି ବି ଜାରି ରହିଛି। ସକାଳୁ ସକାଳୁ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରେଳରୋକ କରିଛନ୍ତି। ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଗାଡ଼ିମୋଟରକୁ ଅଟକାଇଛନ୍ତି। ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଦୂର ଦୂରାନ୍ତରୁ ଆସିଥିବା ଯାତ୍ରୀ।
ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି। ବନ୍ଦ ରହିଛି ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ। ୧୨ ଦଫା ଦାବିରେ ୪୮ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚ। ଏଥିରେ ସାମଲ ହୋଇଛନ୍ତି ଦେଶର ୭ଟି ଟ୍ରେଡ୍ ୟୁନିଅନ୍ । କେନ୍ଦ୍ରୀୟ ଟ୍ରେଡ ୟୁନିୟନର ବନ୍ଦ ପାଇଁ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି ।